ପିଆଜ କିଲୋ ୨୫ ଟଙ୍କାରେ ବିକ୍ରି

ଏନ୍ଏଏଫ୍ଇଡି ଭୁବନେଶ୍ୱରରେ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରୁଛି

ବିକ୍ରୟ କେନ୍ଦ୍ରରେ ଲୋକଙ୍କ ଗହଳି

ଭୁବନେଶ୍ବର, ୦୩.୧୧: ରାଜ୍ୟରେ ପିଆଜର ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱରର ବଜାରରେ ପିଆଜ ଦର କିଲୋ ପିଛା ୮୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଛି। ଏହାରି ମଧ୍ୟରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ଏନ୍ଏଏଫ୍ଇଡି) ଭୁବନେଶ୍ୱରରେ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରୁଛି। ଏତେ କମ ଦରରେ ପିଆଜ ନେବା ପାଇଁ ବିକ୍ରି ହେଉଥିବା ସ୍ଥାନରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି।

ମିଳିଥିବା ସୂଚନା ଅନୁଯାୟୀ, ଲୋକଙ୍କ ସୁବିଧା ପାଇଁ ଏବଂ ସେମାନଙ୍କ ଖର୍ଚ୍ଚ ପରିଚାଳନାରେ ସାହାଯ୍ୟ କରିବା ପାଇଁ କୃଷି ସମବାୟ ବିପଣନ ମହାସଂଘ (ଏନ୍ଏଏଫ୍ଇଡି) ପକ୍ଷରୁ ଏହି ପ୍ରୟାସ କରାଯାଉଛି। ପ୍ରତ୍ୟେକ ଲୋକଙ୍କୁ ଏହି ସୁବିଧା ଯୋଗାଇଦେବାକୁ ଦୃଷ୍ଟିରେ ରଖି ଏନ୍ଏଏଫ୍ଇଡି ପକ୍ଷରୁ ମୁଣ୍ଡ ପିଛା ୨ କେଜି ପିଆଜ ଦିଆଯାଉଛି। ଏନ୍ଏଏଫ୍ଇଡି ଏବେ ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରୁଛି। ଭୁବନେଶ୍ୱରର ୬ଟି ସ୍ଥାନରେ ପିଆଜ ବିକ୍ରି ହେଉଥିବା ସହ ଓଡ଼ିଶାର ବଲାଙ୍ଗୀର, ମାଲକାନଗିରି, କଟକ, ନୂଆପଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଯାଜପୁର ଜିଲ୍ଲାରେ ମଧ୍ୟ ବିକ୍ରି ଚାଲିଛି।