ରାଜ୍ୟର କୃଷି ଅଭିବୃଦ୍ଧିରେ “ଭାରତ ମସଲା”ର ଯୋଗଦାନ

ଓଡିଶାର ପ୍ରମୁଖ ମସଲା ‘ଭାରତ ମସଲା’, ରାଜ୍ୟର କୃଷି ଓ କୃଷକମାନଙ୍କର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟିତ।

ନାଲିଲଙ୍କା ଓ ଟମାଟ ଯୋଗାଇବେ ଗଞ୍ଜାମ ଜିଲ୍ଲାର କୃଷକ

ଭୁବନେଶ୍ବର,୦୪/୧୧/୨୦୨୩ ଓଡିଶାର ପ୍ରମୁଖ ମସଲା ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ‘ଭାରତ ମସଲା’, ରାଜ୍ୟର କୃଷି ଓ କୃଷକ ଭାଇମାନଙ୍କର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟିତ। କମ୍ପାନୀ ଏହାର ମସଲା ତଥା ଖାଦ୍ୟଉତ୍ପାଦ ଶ୍ରେଣୀ ଗୁଡିକରେ ରାଜ୍ୟର କୃଷିଜାତ ଦ୍ରବ୍ୟର ବ୍ୟବହାର କୁ ପ୍ରାଧାନ୍ୟ ଦେଇଆସୁଛି। ଗତ ବର୍ଷ କମ୍ପାନୀ ଓରମାସ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବାମଡା ଅନ୍ୟାନ ଅଞ୍ଚଳରୁ ପର୍ଯ୍ୟାପ୍ତ ଶୁଖିଲା ନାଲି ଲଙ୍କା କ୍ରୟ କରିଛି ଓ ଏହା ସମ୍ବଲପୁର ଜିଲ୍ଲାର କୃଷକ ଭାଇମାନଙ୍କୁ ଉସାହିତ କରିଛି। ଆଜି ଭାରତ ମସଲା ପରିସରରେ ଗଞ୍ଜାମ ଜିଲ୍ଲାର କୃଷକ ଭାଇମାନେ ଓ ସ୍ୱୟଂସହାୟକ ଗୋଷ୍ଠୀ ଉତ୍ସାହିତ ହୋଇ ଚଳିତବର୍ଷ ଓରମାସ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ନାଲିଲଙ୍କା ଓ ଟମାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଭାରତ ମସଲା ପରିସରରେ ଓରମାସର ବରିଷ୍ଠ ଅଧିକାରୀବୃନ୍ଦ୍ ଓ କମ୍ପାନୀ ମାନେଜମେଣ୍ଟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ମସଲାକୁ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଲଙ୍କା ଓ ଟମାଟ ଯୋଗାଇଦେବାକୁ ଓରମାସ ଅଧିକାରୀ ମାନେ ପ୍ରତିଶୁତି ଦେଇଛନ୍ତି ଓ କମ୍ପାନୀ ଓରମାସର ପଦକ୍ଷେପକୁ ସ୍ଵାଗତ କରିଛି। ଏହି ବୈଠକରେ ଭାରତ ମସଲାର ପରିଚାଳନା ନିର୍ଦେଶକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା , ଓରମାସର ଯୁଗ୍ମ କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିପନ୍ ରାଉତ, ଉପକାଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟସୁନ୍ଦର ପାଇଟାଳ , ବାଣିଜ୍ୟ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଓ ଓ ଗଞ୍ଜାମ ଉତ୍ପାଦକ ଗୋଷ୍ଠୀର ଶ୍ରୀ ଅଭିଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।