ଆଇପିଏସ୍ ସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଶନିବାର ଆଇପିଏସ୍ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି।

ବଦଳିଲେ ମୟୂରଭଞ୍ଜ ଏସପି

ଭୁବନେଶ୍ବର, ୦୪/୧୧/୨୩: ଓଡ଼ିଶା ସରକାର ଶନିବାର ଆଇପିଏସ୍ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଏସପି ଥିବା ଶ୍ରୀ ବି. ଗଙ୍ଗାଧରଙ୍କୁ ବଦଳି କରାଯାଇ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି।

ସେହିପରି ନବରଙ୍ଗପୁର ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ ଥିବା ୨୦୧୮ ବ୍ୟାଚ୍ ଆଇପିଏସ୍ ଅଫିସର ଏସ୍ ସୁଶ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି।

ସେହିପରି ବାଲିଗୁଡ଼ା ଏସଡିପିଓ ଥିବା ୨୦୧୯ ବ୍ୟାଚର ଆଇପିଏସ ଅଫିସର ରୋହିତ ବର୍ମାଙ୍କୁ ନବରଙ୍ଗପୁର ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି।