ଡିଆରଡିଓରୁ ପ୍ରଳୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓରୁ ପ୍ରଳୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।

ପାକିସ୍ତାନର ପରମାଣୁ କ୍ଷେପଣାସ୍ତ୍ର ସହ ମୁକାବିଲା ପାଇଁ ସକ୍ଷମ

ଭୁବନେଶ୍ବର,୦୭/୧୧/୨୩: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ଅବଦୁଲ କଲାମ ଦ୍ୱୀପର ଏଲସି୪ରୁ ପ୍ରଳୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଡିଆରଡିଓର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ପରୀକ୍ଷଣ କରାଯାଇଛି।

ପ୍ରଳୟ କ୍ଷେପଣାସ୍ତ୍ର ୧୫୦ରୁ ୫୦୦ କିଲୋମିଟର ଦୂରରୁ ଯେକୌଣସି ଶତ୍ରୁ ଘାଟିକୁ ଟାର୍ଗେଟ କରି ଧ୍ୱଂସ କରିବାର କ୍ଷମତା ରଖିଛି। ଏହି ବାଲେଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରାୟ ୩୫୦ରୁ ୭୦୦ କିଲୋଗ୍ରାମ ଓଜନର ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ, ଯାହା ଏହାକୁ ଅଧିକ ମାରାତ୍ମକ କରିଥାଏ। ଯଦି ଏଲଓସି ନିକଟରୁ ଏହି କ୍ଷେପଣାସ୍ତ୍ର ଦ୍ୱାରା ଗୁଳି ଚାଳନା କରାଯିବ ତେବେ ଚୀନର ବଙ୍କର, ତୋପ ଇତ୍ୟାଦି ନଷ୍ଟ ହୋଇପାରିବ।

ଏହି କ୍ଷେପଣାସ୍ତ୍ର ଆକାଶରେ ଏକ ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ କରିବା ପରେ ନିଜର ପଥ ବଦଳାଇବାର କ୍ଷମତା ରଖିଛି। ପାକିସ୍ତାନର ସ୍ୱଳ୍ପ ଦୂରତା ବିଶିଷ୍ଟ ପରମାଣୁ କ୍ଷେପଣାସ୍ତ୍ରର ମୁକାବିଲା କରିବାକୁ ପ୍ରଳୟ ପ୍ରସ୍ତୁତ କରାଯାଇଛି।