ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର,୦୮/୧୧/୨୩: ଭିଜିଲାନ୍ସ ସ୍କାନରରେ ଅଛନ୍ତି ଅଧୀକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପିଏଚର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ପିଏଚ୍ ଡିଭିଜନର ଇଆଇସିଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଓ ଭଦ୍ରକର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛନ୍ତି।

ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ପ୍ଲଟ୍ ନମ୍ବର ୯୫୦୫- ହାଉସ୍ ନମ୍ବର ଜି/ଏଲ୍-୭୩ରେ ଏକ ଦୁଇ ମହଲା କୋଠା।

ଆସୋଟେକ୍ ପ୍ରାଇଡରେ ଏକ ତିନି ମହଲା କୋଠା, ଭୁବନେଶ୍ୱର ରୁଦ୍ରପୁରରେ ଟାୱାର ନଂ ବି୫-୦୨୦୨।

ଭଦ୍ରକର ମଠସାହିର ପ୍ଲଟ୍ ନଂ ୧୪୭୨/୪୫୨୩ରେ ଏକ ମହଲା କୋଠା।

ଶ୍ରୀ ପାଣିଗ୍ରାହୀଙ୍କ ପୈତୃକ ଘର ଭଦ୍ରକ ତୋରଣପଡ଼ା ଗ୍ରାମରେ।

ଶ୍ରୀ ପାଣିଗ୍ରାହୀଙ୍କ ସମ୍ପର୍କୀୟଙ୍କ ଘର ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଜି/ଏଲ୍-୭୭ରେ।

ଇଆଇସି, ପିଏଚ୍ ଡିଭିଜନ, ଭୁବନେଶ୍ୱର ଉନ୍ନତି ଭବନ କାର୍ଯ୍ୟାଳୟରେ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟ।