ଓଡ଼ିଶା ମୁନିସିପାଲ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ପରୀକ୍ଷା ପାଇଁ ଆଡମିଟ କାର୍ଡ ପ୍ରକାଶ

ଓଡ଼ିଶା ମୁନିସିପାଲ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ପରୀକ୍ଷା ପାଇଁ ଆଡମିଟ କାର୍ଡ ପ୍ରକାଶ ପାଇଛି।

ଗ୍ରୁପ-ଏ,ବି ସେବାରେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର, ୧୩/୧୧/୨୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧିନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଗ୍ରୁପ୍ ଏ ଓ ବି ସେବାରେ ୨୭ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା।

ଏ ନେଇ ଓଡ଼ିଶା ମୁନିସିପାଲ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ପରୀକ୍ଷା ୨୦୨୧ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ www.opsc.gov.in ଓପିଏସସିର ଅଫିସିଆଲ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ର ପିପିଏସଏଏନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ନଭେମ୍ବର ୧୯ ତାରିଖ ରବିବାର ଦିନ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟାରୁ ୧୨ଟା ଏବଂ ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

www.opsc.gov.in ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।