ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୨ କୋଟି ମଞ୍ଜୁର କଲେ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କେନ୍ଦ୍ରାପଡ଼ା,୧୩/୧୧/୨୩: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଓପିଡି (ବାହାର ରୋଗୀ ବିଭାଗ) ଓ ଆଇପିଡି (ଭିତର ରୋଗୀ ବିଭାଗ) କୋଠା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ୧୨ କୋଟି ୮୪ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ଅଟକଳରେ ନୂତନ କୋଠା ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି।