ଅଦିନିଆ ବର୍ଷା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ

ଅଦିନିଆ ସମ୍ଭାବ୍ୟ ବର୍ଷା ନେଇ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି।

ଚାଷୀଙ୍କୁ ସରକାରଙ୍କ ସତର୍କ ବାଣୀ

ଭୁବନେଶ୍ବର, ୧୪/୧୧/୨୩: ଆସନ୍ତା ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅଦିନିଆ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ୧୫ରୁ ୧୮ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାର ଚାଷୀ ମାନଙ୍କୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସରକାର। ଧାନ, ମାଣ୍ଡିଆ, ପନିପରିବା, କପା, ଡାଲି ଚାଷ କରୁଥିବା ଚାଷୀମାନଙ୍କୁ ପରାମର୍ଶ ଦେଇ ସରକାର କହିଛନ୍ତି ଯେ, ଆବଶ୍ୟକତାକୁ ଦେଖି ଅମଳ କରନ୍ତୁ ନହେଲେ ପାଣି ନିଷ୍କାସନ କରିବା ଠିକ୍ ହେବ ବୋଲି ସରକାର କହିଛନ୍ତି।