ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ପାରାଦ୍ଵୀପ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ।

୫ ଦିନ ପାରାଦୀପକୁ ଗଡିବନି ବସ

ନୂଆଦିଲ୍ଲୀ, ୧୫/୧୧/୨୩: ପାରାଦୀପ ବନ୍ଦରରେ ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ପାଇଁ ନଭେମ୍ବର ୨୭ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ।

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ସମ୍ପଦ ମେହେଟ୍ଟା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆଇଆର୍ଏସ୍ଏମଇ) ସୁଶୀଲ କୁମାର ସିଂହଙ୍କ ପାରାଦୀପ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ।

ତେବେ ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଆସନ୍ତା ୨୩ରୁ ୨୭ ଯାଏଁ ପାରାଦୀପ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ଆସିବା କରିବ ନାହିଁ। ବସ୍‌ଗୁଡ଼ିକ ମଧୁବନ ସ୍ଥିତ ଶ୍ରମିକ ଭବନ ଛକରୁ ଯାତାୟାତ କରିବ। ବସ୍‌ ଷ୍ଟପେଜ୍‌ର ସାମୟିକ ପରିବର୍ତ୍ତନ ନେଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି।