ସ୍ୱପ୍ନ ନୁହେଁ, ବାସ୍ତବତା; ଏହା ‘ନବୀନ ଓଡିଶା’ର ଝଲକ: ମାନସ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡିଶାର ରାଜସ୍ୱ ବଳକା ୪୩,୪୭୧ କୋଟି ଟଙ୍କା ରହିଛି।

ରାଜସ୍ୱ ବଳକାରେ ଓଡିଶା ନ°୧

ଭୁବନେଶ୍ବର, ୧୫/୧୧/୨୩: ‘ନବୀନ ଓଡ଼ିଶା’ର ଝଲକ ଏବେ ଦେଖିବାକୁ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ବଳକାରେ ଶୀର୍ଷରେ ପହଞ୍ଚିଛି ଓଡ଼ିଶା। ଗତ ୨ ଦଶନ୍ଧି ପୂର୍ବରୁ ନିଅଣ୍ଟିଆ ରାଜ୍ୟ ଭାବେ ଥିବା ବେଳେ ନବୀନ ସରକାରଙ୍କ ୨୩ ବର୍ଷ ଶାସନରେ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ ହେବା ସହ ବଳକା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ରାଜସ୍ୱ ଆଦାୟରେ ଓଡିଶା ଶୀର୍ଷରେ ପହଞ୍ଚିଛି। ଓଡ଼ିଶାର ରାଜସ୍ୱ ଆଦାୟ ୪୩,୪୭୧ କୋଟି ଟଙ୍କା ରହିଛି। ଯାହାକୁ ନେଇ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟ୍ୱିଟ କରି କହିଛନ୍ତି।

ଶ୍ରୀ ମଙ୍ଗରାଜ ଲେଖିଛନ୍ତି, “ଭାରତର ଏହି ଆର୍ଥିକ ମାନଚିତ୍ର ଯାହା ଅତିରିକ୍ତ ଏବଂ ନିଅଣ୍ଟର ଦୃଶ୍ୟକୁ ଦର୍ଶାଉଛି, ବିକାଶକୁ ଆଗେଇ ଆଣିବା ଏବଂ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରୟାସର ଏକ ପ୍ରମାଣ। ଏହା ସ୍ୱପ୍ନ ନୁହେଁ, ବାସ୍ତବତା। ଓଡ଼ିଶା ୪୩,୪୭୧ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ବଳକା ସହ ଦେଶର ସବୁଠୁ ନମ୍ବର ୧ ରାଜ୍ୟ ଭାବେ ଉଭା ହୋଇଛି। ଏଭଳି ଆହ୍ବାନପୂର୍ଣ୍ଣ ଅର୍ଥନୈତିକ ସମୟରେ ଏହା କୌଣସି ଛୋଟ ଉପଲବ୍ଧି ନୁହେଁ। ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ବରେ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କ ପ୍ରଭାବଶାଳୀ ଯୋଜନା ଓ କାର୍ଯ୍ୟକାରିତା ପାଇଁ ଓଡ଼ିଶା ଆଗକୁ ବଢ଼ୁଛି।