ଲାଞ୍ଚ ନେଇ ଧରାପଡିଲେ କିରାଣୀ

ଜଣେ କିରାଣୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି।

ଲାଞ୍ଚ ଟଙ୍କା ଜବତ ସହ ଚଢାଉ ଜାରି

ଯାଜପୁର,୧୬/୧୧/୨୩: ଆଜି ଯାଜପୁର ଜିଲ୍ଲାର ଏକ ସରକାରୀ ହାଇସ୍କୁଲର ଜଣେ କିରାଣୀଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।

କିରାଣୀଙ୍କ ନାମ ମହେଶ୍ୱର ସାମଲ ବୋଲି ଜଣାପଡ଼ିଛି। ସେ ଯାଜପୁର ଜିଲ୍ଲାର କବୀରପୁରସ୍ଥିତ ଏକ ସରକାରୀ ହାଇସ୍କୁଲର କିରାଣୀ। ସେ ୪୦୦୦/- ଟଙ୍କା ଲାଞ୍ଚ ମାଗିବା ଓ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଘଟଣା ମୁତାବକ, ସରକାରୀ ହାଇସ୍କୁଲର ଜଣେ ଶିକ୍ଷକ ଅବସର ନେବା ପରେ ବକେୟା ବିଲ୍ ଓ ପେନସନ୍ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ତାଙ୍କ ଠାରୁ ଲାଞ୍ଚ ନେଉଥିଲେ ମହେଶ୍ୱର। ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍।

ଏହି ଜାଲ ପରେ ଆୟ ବହିର୍ଭୂତ ସମ୍ପତ୍ତି କୋଣରୁ ଯାଜପୁର ଜିଲ୍ଲାର ମହେଶ୍ୱରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନଂ ୩୪ ଡି.ଟି. ୧୫-୧୧-୨୦୨୩ ୟୁ/ଏସ୍-୭ପିସି ସଂଶୋଧନ ଆଇନ, ୨୦୧୮ ପଞ୍ଜୀକୃତ ହୋଇଛି।