ସିଏଲସି ପ୍ରଦାନ ପାଇଁ କଲେଜ ଅଧ୍ୟକ୍ଷ ନେଉଥିଲେ ଲାଞ୍ଚ

ସିଏଲସି ପ୍ରଦାନ ପାଇଁ କଲେଜ ଅଧ୍ୟକ୍ଷ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି।

ଧରିଲା ଭିଜିଲାନ୍ସ

ଯାଜପୁର, ୧୬/୧୧/୨୩: ଯାଜପୁରର ବିରଜା ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ମିଶ୍ରଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ। କଲେଜ ଲିଭିଂ ସାର୍ଟିଫିକେଟ୍ (ସିଏଲସି) ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କଟକ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି।

ଜରିମାନା ପୈଠ ନକଲେ ଦୋଷୀ ସାବ୍ୟସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ପିସି ଆକ୍ଟ ୧୯୮୮ର ଧାରା ୧୩(୨) ୧୩(୧)(ଡି) ଓ ୭ ଅନୁଯାୟୀ ଆଉ ୬ ମାସ ପାଇଁ ଅଧିକ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି।