ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

ଆଜିଠୁ ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବ।

ଭକ୍ତଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା

ପୁରୀ, ୧୭/୧୧/୨୩: ଆଜିଠୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମରାମତି କାମ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ମରାମତି କାମ ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ। ମରାମତି କାମ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ କାଲି ବସିଥିଲା ବୈଠକ। ଏହି ବୈଠକରେ ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।

ସୂଚନାନୁସାରେ, ଆଜିଠାରୁ ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ। ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ। ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ। ତେଣୁ ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ।