ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଅନୁଗୁଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି।

୩ ମୃତ, ୧ ଆହତ

ଅନୁଗୁଳ, ୧୭/୧୧/୨୩: ଅନୁଗୁଳ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅନୁଗୁଳର ବରଗାପଲ୍ଲୀ ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପ୍ରାଚୀ ନାମକ ଏକ ବସ ଯାଉଥିବା ବେଳେ ବରଗାପଲ୍ଲୀ ଅଞ୍ଚଳ ନିକଟରେ ବସର ଟାୟାର ଫାଟିଯାଇଥିବାରୁ ଯାତ୍ରୀମାନେ ଗାଡ଼ିରୁ ଓହ୍ଲାଇ ଯାଇଥିଲେ। ଯାତ୍ରୀମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ୪ ଜଣ ଯାତ୍ରୀଙ୍କୁ ଧକ୍କା ଦେବାଫଳରେ ୩ ଜଣଙ୍କର ମୃତ୍ୟୁ ଘଟିବା ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।