ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲେ ସାଲୁଗା

ସାଲୁଗା ପ୍ରଧାନଙ୍କୁ ଆଜି ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

ବିଧାନସଭାର ନୂତନ ଉପବାଚସ୍ପତି ପଦବୀ ପୂରଣ

ଭୁବନେଶ୍ବର, ୨୧/୧୧/୨୩: ବିଜୁ ଜନତା ଦଳ ନେତା ତଥା ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଆଜି ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ସର୍ବସମ୍ମତିକ୍ରମେ ସାଲୁଗା ନିର୍ବାଚିତ ହୋଇଛନ୍ତି। ୨୦୧୯ ମସିହାରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିବା ସାଲୁଗା ପ୍ରଧାନ ଏହି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ।

ଗତ ନଭେମ୍ବର ୯ ତାରିଖରେ ରଜନୀକାନ୍ତ ସିଂହ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା। ଏହା ବ୍ୟତୀତ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।