ଭିସୁଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭିସୁଟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଦେଶର ପ୍ରଗତିରେ ସାମିଲ ପାଇଁ ପରାମର୍ଶ

ସମ୍ବଲପୁର, ୨୧/୧୧/୨୩: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇ କହିଥିଲେ ଯେ, ଆମ ଦେଶର ବିକାଶ ଯୁବବର୍ଗଙ୍କ ଅବଦାନ ଉପରେ ନିର୍ଭର କରେ। ଇଞ୍ଜିନିୟର ଭାବେ ସେମାନେ ପ୍ରଗତିର ସ୍ଥାପକ ହେବେ। ଉଦ୍ଭାବକ ଭାବରେ, ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ହେବେ। ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହି ଅନୁଷ୍ଠାନରେ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ିତୋଳିବ ବୋଲି ସେ କହିଥିଲେ।

ଛାତ୍ରମାନଙ୍କ ଅଧିକ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ଓ ଇସ୍ରୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଯାହା ଦ୍ୱାରା ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ପରାମର୍ଶ ଦେବା ସହ ସୃଜନଶୀଳ କାର୍ଯ୍ୟ ପାଇଁ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପ୍ରଶଂସା କରିଥିଲେ।