କଥକ ନୃତ୍ୟରେ ମନ ମୋହିଲେ ସଙ୍ଗୀତା

ଓଡ଼ିଶାରୁ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ସଙ୍ଗୀତା ସାହୁଙ୍କ ନୃତ୍ୟକୁ ଦର୍ଶକ ପ୍ରଶଂସା କରିଛନ୍ତି।

ନୃତ୍ୟ ସଂଯୋଜନାକୁ ଭୂୟସୀ ପ୍ରଶଂସା

ଉତ୍ତରପ୍ରଦେଶ, ୨୧/୧୧/୨୩: ଉତ୍ତରପ୍ରଦେଶ କାନପୁରସ୍ଥିତ ହରିହରନାଥ ଶାସ୍ତ୍ରୀ ଭବନରେ ଦକ୍ଷିଣ ଏସୀୟ ମୈତ୍ରୀ ଉତ୍ସବ ମହା ସମାରୋହରେ ସମ୍ପନ୍ନ ହୋଇଛି। ଏଥିରେ ଓଡ଼ିଶାରୁ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ସଙ୍ଗୀତା ସାହୁଙ୍କ ନୃତ୍ୟରେ ସହସ୍ରାଧିକ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଛନ୍ତି। କଥକ ନୃତ୍ୟରେ ମଧୁରାଷ୍ଟକ “ଜଳ ହିଁ ଜୀବନ” ନୃତ୍ୟ ସଂଯୋଜନାକୁ ଭରପୂର ଦର୍ଶକ ଭୂୟସୀ ପ୍ରଶଂସା କରିଛନ୍ତି।

ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହର ଉତ୍ସବରେ ସାରା ଭାରତର ସମସ୍ତ ରାଜ୍ୟର ନୃତ୍ୟଶିଳ୍ପୀ ଓ ପ୍ରତିନିଧି ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ସତ୍ୟପାଲ ଓ ସମ୍ପାଦକ ଦୀପକ କୁମାର ମାଲବ୍ୟ, ସଂଯୋଜକ ନୌସଦ୍ଆଲାନ ମନସୁରୀ ସଂଯୋଜନା କରିଥିବା ବେଳେ ଉତ୍ତରପ୍ରଦେଶର ବିଧାନସଭାର ବାଚସ୍ପତି ସତିଶ ମାହାନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।