ବିଧାନସଭାରେ ନୂଆ ଦୃଶ୍ୟ: କୋଶଳ ଭାଷାରେ ପ୍ରଶ୍ନୋତ୍ତର

ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର, ୨୪/୧୧/୨୩: ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ଆଉ ଆଜି ବିଧାନସଭାରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ। ପ୍ରଶ୍ନକାଳ ସମୟରେ କୋଶଳ ଭାଷାରେ ପ୍ରଶ୍ନର ଉତ୍ତର କୋଶଳ ଭାଷାରେ ଦେଇଛନ୍ତି ମନ୍ତ୍ରୀ। କଂଗ୍ରେସ ନେତା ନରସିଂହ ମିଶ୍ର କୋଶଳ ଭାଷାରେ ପ୍ରଶ୍ନ ପଚାରିଥିବାରୁ ଉଦ୍ୟୋଗ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କୋଶଳ ଭାଷାରେ ଉତ୍ତର ରଖିଛନ୍ତି।

ଶିଳ୍ପ ବିଭାଗ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ନରସିଂହ ମିଶ୍ର। ନରସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ରାଜ୍ୟରେ ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ଏଥିରେ ୨୧ ଲକ୍ଷ ୭୩ ହଜାର କୋଟିର ପୁଞ୍ଜିନିବେଶ ହୋଇସାରିଛି ବୋଲି ମନ୍ତ୍ରୀ କହିଛନ୍ତି।