ନାବାଳିକା ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ

ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି

କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ପକ୍ଷରୁ ଦଣ୍ଡାଦେଶ

କେନ୍ଦୁଝର, ୨୪/୧୧/୨୩: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। କେନ୍ଦୁଝରରେ ଦୁଇ ବର୍ଷ ତଳେ ଏହି ଘଟଣା ଘଟିଥିଲା। କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ଅଭିଯୁକ୍ତ ଚତୁର୍ଭୁଜ ପାତ୍ରଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।

୧୫ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ପକ୍ଷରୁ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ପାତ୍ର ନାବାଳିକାଙ୍କୁ ଜୋରଜବରଦସ୍ତ ଅପହରଣ କରି ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ଆରମ୍ଭ କରି ଦେଇଥିଲା।