୪ ଦିନରେ ସରିଲା ବିଧାନସଭା ଅଧିବେଶନ

ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ୨୬ ଦିନ ପୂର୍ବରୁ ଶେଷ ହୋଇଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୁବନେଶ୍ୱର, ୨୪.୧୧.୨୦୨୩: ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ୨୬ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ୩୦ଟି କାର୍ଯ୍ୟ ଦିବସ ଥିଲା କିନ୍ତୁ ୨୬ଟି କାର୍ଯ୍ୟ ଦିବସ ଥାଇ ଅଧିବେଶନ ଶେଷ ହୋଇଛି।

ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାର ଥିଲା। ମାତ୍ର ୪ ଦିନ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କୌଣସି କାର୍ଯ୍ୟ କରୁନଥିବା ଦର୍ଶାଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ।

ସୂଚନାଯୋଗ୍ୟ, ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ୪ ଦିନ ଧରି ଚାଲିଥିବା ଏହି ବୈଠକରେ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ସମସ୍ତ ସରକାରୀ ବିଲ୍ ଓ ବେସରକାରୀ ବିଲ୍ ଉପରେ ଆଲୋଚନା ହୋଇଛି। ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହେବାର ନଥିଲା। ଏହାବ୍ୟତୀତ ସଦସ୍ୟମାନେ ନିଜ ନିଜ ଅଞ୍ଚଳରେ ବ୍ୟସ୍ତ ଅଛନ୍ତି। ତେଣୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।