ବିଜେଡିରେ ମିଶିବେ ପାଣ୍ଡିଆନ!

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ।

ତାରିଖ ନିର୍ଘଣ୍ଟ ସ୍ଥିର ବାକି

ଭୁବନେଶ୍ବର, ୨୬/୧୧/୨୩: ପୂର୍ବତନ ୫-ଟି ସଚିବ ଭିକେ ପାଣ୍ଡିଆନ ପଦରୁ ଇସ୍ତଫା ଦେବା ପରେ ସମସ୍ତେ ଭାବିଥିଲେ ଯେ ସେ ନିଶ୍ଚୟ କୌଣସି ସରକାରୀ ଦଳରେ ମିଶିବେ। ଆଉ ଏହି ଭାବନାକୁ ସତ କରିବାକୁ ଏକ ଖୋରାକ ଯୋଗାଇଛି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଏକ ଖବର।

ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବର୍ତ୍ତମାନର ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଖୁବଶୀଘ୍ର ଓଡ଼ିଶା ଶାସକ ବିଜୁ ଜନତା ଦଳରେ ଯୋଗ ଦେବେ। ଶ୍ରୀ ପାଣ୍ଡିଆନଙ୍କ ବିଜେଡିରେ ଯୋଗ ଦେବାର ତାରିଖ ସମ୍ପର୍କରେ ଦଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୦୦ ବ୍ୟାଚ୍ ଆଇଏଏସ୍ ଭି.କେ ପାଣ୍ଡିଆନ୍ ୨୦୨୩ ଅକ୍ଟୋବର ୨୩ ତାରିଖରେ ସ୍ବେଚ୍ଛାକୃତ ଅବସର (ଭିଆରଏସ୍) ନେଇଥିଲେ। ଅବସର ନେବାର ଗୋଟିଏ ଦିନ ପରେ ଓଡ଼ିଶା ସରକାର ୫-ଟି ଇନିସିଏଟିଭ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ପଦ ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତ କରିଥିଲେ।