ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି।

ଆକର୍ଷଣର କେନ୍ଦ୍ରବିନ୍ଦୁ ଆକ୍ୱାରିୟମ୍ ଟନେଲ

କଟକ, ୨୭/୧୧/୨୩: ଆଜିଠୁ ଆରମ୍ଭ ହେଲା ଐତିହାସିକ ତଥା ଏସିଆର ସର୍ବବୃହତ ଓପନ ଟ୍ରେଡ ଫେୟାର ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକ ଗଡଗଡ଼ିଆ ଘାଟି ନିକଟ ମହାନଦୀ କୂଳରେ ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି।

ଚଳିତ ବର୍ଷ ସର୍ବବୃହତ ସାମୁଦ୍ରିକ ବାଣିଜ୍ୟ ମେଳାରେ ୧୪ ହଜାରରୁ ଅଧିକ ଷ୍ଟଲ୍ ଦେଖିବାକୁ ମିଳିଛି, ଯେଉଁଥିରେ ଓରମାସ୍ (ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ମାର୍କେଟିଂ ସୋସାଇଟି) ପକ୍ଷରୁ ଆବଣ୍ଟିତ ୪୨୦ଟି ଷ୍ଟଲ୍ ରହିଛି।

ଏହା ସହ ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛି ପ୍ରଥମ ଆକ୍ୱାରିୟମ୍ ଟନେଲ। ପର୍ଯ୍ୟଟକମାନେ ୱାକ୍ ଥ୍ରୁ ଟନେଲ ଆକ୍ୱାରିୟମର ମଜା ନେବେ ଏବଂ ଟନେଲରେ ବିଭିନ୍ନ ସାମୁଦ୍ରିକ ଜୀବଙ୍କୁ ଦେଖିବେ। ଏହି ୨୦୦ ଫୁଟ ଲମ୍ବ, ୬୦ ଫୁଟ ଚଉଡା ବିଶିଷ୍ଟ ଟନେଲ ଆକ୍ୱାରିୟମରେ ଏକ ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ ପ୍ରଦର୍ଶନ କରାଯିବ। କ୍ଷୁଦ୍ର ଶାର୍କ, ଜେଲିଫିଶ ଏବଂ ବିଭିନ୍ନ ରଙ୍ଗୀନ ମାଛ ଓ ଅକ୍ଟୋପସ୍ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ।