ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ପାରାଦୀପରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ।

ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ

ଭୁବନେଶ୍ବର, ୨୭/୧୧/୨୩: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପାରାଦୀପରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ।

ରାଜ୍ୟର ପ୍ରାଚୀନ ସାମୁଦ୍ରିକ ଗୌରବକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏକ ସ୍ୱତନ୍ତ୍ର ଡଙ୍ଗାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ସହ ଏକ ମଲ୍ଟି ମଡେଲ ଲଜିଷ୍ଟିକ୍ ପାର୍କକୁ ଉଦଘାଟନ କରିବା ସହ ପୋର୍ଟ ଟାଉନସିପ୍ ପାଇଁ ଏକ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ୍ ପରିଚାଳନା ଏବଂ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ପରେ ପାରାଦୀପରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।