୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି

୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ଦାସ ।

ଐତିହ୍ୟସ୍ଥଳର ବିକାଶ ପାଇଁ ଦେଲେ ଧନ୍ୟବାଦ

ଭୁବନେଶ୍ବର, ୨୮.୧୧.୨୩: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଐତିହ୍ୟସ୍ଥଳୀ ଓ ଐତିହାସିକ ସ୍ଥଳୀର ରୂପାନ୍ତର ଉଦ୍ୟମରେ ବିକଶିତ ହୋଇଥିବା ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ରୂପାନ୍ତର ପାଇଁ ଧନ୍ୟବାଦ ଦେଇଥିଲେ । ସୁଆଣ୍ଡୋ ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି । ଉତ୍କଳମଣିଙ୍କ ସମ୍ମାନାର୍ଥେ ସୁଆଣ୍ଡୋର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାକୁ ସୁଆଣ୍ଡୋବାସୀ ତଥା ସମଗ୍ର ପୁରୀ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ବୋଲି ସେ କହିଥିଲେ ।