ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଜୁନିୟର କ୍ଲର୍କ୍

ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ଵର ଜିଲ୍ଲାର ଜଣେ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଲାଞ୍ଚ ଟଙ୍କା ଜବତ

ବାଲେଶ୍ୱର,୦୧/୧୨/୨୩: ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ବାପାଙ୍କ ନାମରେ ଥିବା ତାଙ୍କ ପୈତୃକ ଜମିର ସମାଧାନ କରିବା ପାଇଁ ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି।

ଲକ୍ଷ୍ମୀ ନାରାୟଣ ନାଥ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଲକ୍ଷ୍ମୀ ନାରାୟଣଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ବାଲେଶ୍ୱର ଜିଲ୍ଲାରେ ଅଭିଯୁକ୍ତଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହା ସହ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଧାରା ୭ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।