ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ପ୍ୟାନେଲ ଉପାଧ୍ୟକ୍ଷ ପଦରେ ନିଯୁକ୍ତି

ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ପ୍ୟାନେଲ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି।

ପ୍ୟାନେଲରେ ତୃତୀୟ ଥର ପାଇଁ ସାମିଲ ହେଲେ

ନୂଆଦିଲ୍ଲୀ, ୦୪/୧୨/୨୩: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ପ୍ୟାନେଲ ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି।

ତୃତୀୟ ଥର ପାଇଁ ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ କରାଯାଇଛି। ଏହା ପୂର୍ବରୁ ୨୦୨୦ ଜୁଲାଇ ୨୪ରେ ତାଙ୍କୁ ପ୍ୟାନେଲରେ ସାମିଲ କରାଯାଇଥିଲା। ଏବଂ ପରେ ୧୭ ଜୁଲାଇ ୨୦୨୨ରେ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିଲା। ଏହାବ୍ୟତୀତ ସେ ହେଉଛନ୍ତି ଓଡ଼ିଆର ପ୍ରଥମ ସାଂସଦ ଯିଏ କି ୨୦ ବର୍ଷ ମଧ୍ୟରେ ପ୍ୟାନେଲରେ ୩ ଥର ମନୋନୀତ ହୋଇଛନ୍ତି।