ଟ୍ରାକ୍ଟର ଟ୍ରଲି ଚକ ଚାପାରେ ଜଣେ ମୃତ

କଳାହାଣ୍ଡି ଜିଲ୍ଲାରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଘଟଣାର ତଦନ୍ତ ଆରମ୍ଭ

ଗୋଲାମୁଣ୍ଡା ଦର୍ଶନ ନ୍ୟୁଜ,୦୪/୧୨/୨୩: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ମିରିମିରି ତିନି ଛକ ଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟିଙ୍ଗିପଦର୍ ଗ୍ରାମର ଦେବାଚନ ଡନ ସେନା ବୟସ ୩୭ ପିତା ବନମାଳୀ ଡନସେନା। ସୁଚନା ରୁ ପ୍ରକାଶ ଜୀମୁତ୍ ବାହାନ ହରପାଲ ଙ୍କ ଧାନଅମଳ ହୋଇଥିବାରୁ ତାଙ୍କ ଟ୍ରାକ୍ଟର ଗାଡ଼ି ନଂ ଓ ଆର ୦୮ ସି ୧୯୫୮ଯୋଗେ ଧାନ ଆଣିବା ପାଇଁ ତାଙ୍କର ଡ଼୍ରାଇଭର କୃପା ଭାଟି ନିଜେ ଦେବାଚନ ଡନସେନା ଙ୍କୁ କାମ କରିବାକୁ ଡାକିଥିଲେ।ଧାନ ଖଳା ରୁ ଡ଼୍ରାଇଭର କୃପା ଭାଟି ଦୁଇ ଶ୍ରମିକ ଙ୍କୁ ଧରି ଟ୍ରାକ୍ଟର ଟିକୁ ବିଲ ଅଭିମୁଖେ ନେଉଥିବା ବେଳେ ଟ୍ରାକ୍ଟର ରୁ ଦେବାଚନ ଡନସେନା ଡେଇ ପଡ଼ିଥିଲେ। ଉକ୍ତ ସମୟରେ ଟ୍ରାକ୍ଟର ପଛ ଚକ ତାଙ୍କ ଉପରେ ଚଡ଼ିଯିବା ହେତୁ ତାଙ୍କ ପାଟିରୁ ରକ୍ତ ସ୍ରାବ ହେଉଥିଲା। ଟ୍ରାକ୍ଟର ମାଲିକ ଜିମୁତ୍ ବାହାନ ହରପାଲ୍ ଓ ସ୍ଥାନୀୟ ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଳି ମୃତକ ପରିବାର ପକ୍ଷରୁ କୁହାଯାଇଛି। ହେଲେ ଏଉପରେ କେଗାଁ ପୋଲିସ କୁ ଫୋନ ଯୋଗେ ଯୋଗା ଯୋଗ କଲାପରେ ମୃତକ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ କିନ୍ତୁ ଖବର ପାଇଲା ପରେ ଏସ ଆଇ ଏମ ରାୟ ହାସଦାଙ୍କୁ ତଦନ୍ତ ପାଇଁ କହିଥିବା କେଗାଁ ଆଇ ଆଇ ସି ମକୁନ୍ଦଦେବ ନାଏକ ପ୍ରକାଶ କରିଛନ୍ତି।