ବଲାଙ୍ଗୀର ତୁସୁରା ଏୟାରଷ୍ଟ୍ରିପ୍ ପାଇବ ନୂଆ ରୂପ

ବଲାଙ୍ଗୀର ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ ଡିପିଆର୍ ମାଗିଥିଲେ।

୬୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୫/୧୨/୨୦୨୩: ବଲାଙ୍ଗୀର ତୁସୁରା ଏୟାରଷ୍ଟ୍ରିପ୍ ର ଉନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଗତ ୫ ଓ ୬ ତାରିଖରେ ବଲାଙ୍ଗୀର ଗସ୍ତରେ ଆସି ତୁସୁରା ଏୟାରଷ୍ଟ୍ରିପ୍ ର ଉନ୍ନତି ସମେତ ଲୋକଙ୍କ ଠାରୁ ଅନେକ ପ୍ରସ୍ତାବ ପାଇଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।