ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ରେବାନ୍ତ ରେଡ୍ଡୀ

ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଶ୍ରୀ ରେବାନ୍ତ ରେଡ୍ଡୀଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ମିଳିଛି।

ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ହାଇଦ୍ରାବାଦ,୦୫/୧୨/୨୩: ନଭେମ୍ବର ୩୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଅନୁମୁଲା ରେବାନ୍ତ ରେଡ୍ଡୀ ବିପୁଳ ଭୋଟରେ ବିଜୟୀ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶ୍ରୀ ରେଡ୍ଡୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାହୁଲ ଗାନ୍ଧୀ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଘୋଷଣା ପୂର୍ବରୁ ପ୍ରଥମେ ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସର୍ବସମ୍ମତି ମିଳିଛି। ଆସନ୍ତା ଡିସେମ୍ବର ୭ ତାରିଖରେ ଶ୍ରୀ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।