ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ନମୁନା ପ୍ରଶ୍ନପତ୍ର

ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନମୁନା ପ୍ରଶ୍ନପତ୍ର ବଣ୍ଟାଯିବ।

ଡିଇଓଙ୍କୁ ଚିଠି ଲେଖିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ବର, ୦୬/୧୨/୨୩: ୨୦୨୪ରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ବଣ୍ଟନ କରାଯିବ।

ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ କହିଛନ୍ତି ଯେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ବୁଝିବା ଏବଂ ୨୦୨୪ରେ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ସମସ୍ତ ବିଷୟ (ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ)ରେ ପ୍ରଚଳିତ ପରୀକ୍ଷା ଢାଞ୍ଚା ଅନୁଯାୟୀ ପ୍ରସ୍ତୁତ ନମୁନା ପ୍ରଶ୍ନପତ୍ର ପଠାଯାଉଛି। ନମୁନା ପ୍ରଶ୍ନପତ୍ର ଦ୍ୱାରା ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ଢାଞ୍ଚା ବୁଝିବା ସହ ଆଗାମୀ ବାର୍ଷିକ ଏଚଏସସି ପରୀକ୍ଷା ୨୦୨୪ ପ୍ରସ୍ତୁତି କରିପାରିବେ। ତେଣୁ ନମୁନା ପ୍ରଶ୍ନପତ୍ରକୁ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ବାଣ୍ଟିବାକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଦାସ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି।