ନୂଆବର୍ଷ ପାଇଁ କମିଶନରେଟ ପୋଲିସର ସଜବାଜ

ନୂଆବର୍ଷ ପାଇଁ କମିଶନରେଟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

ଆନ୍ତଃରାଜ୍ୟ ଲୁଟେରା ହେବେ ସାବାଡ

ଭୁବନେଶ୍ବର, ୦୬/୧୨/୨୩: ନୂଆବର୍ଷ ପୂର୍ବରୁ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ସଜବାଜ ହେଲାଣି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ପୂର୍ବରୁ ସ୍ବତନ୍ତ୍ର ଅଭିଯାନ କରିବ କମିଶନରେଟ ପୋଲିସ। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ବୁଧବାର ସମସ୍ତ ଥାନା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି ଯେ, ଭୁବନେଶ୍ବରରେ ଥିବା ରାଜ୍ୟ ବାହାରୁ ଚୋରମାନଙ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ ରାଜଧାନୀର ସମସ୍ତ ହୋଟେଲ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି।

ନିକଟରେ କମିଶନରେଟ୍ ପୁଲିସକୁ କିଛି ଅତ୍ୟାଧୁନିକ ଉପକରଣ ମିଳିଥିବା ବେଳେ ଆଜିର ସମୀକ୍ଷା ବୈଠକରେ ତାହା ପୁଲିସ ଅଧିକାରୀଙ୍କ ନିକଟରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଯାହା ଦ୍ୱାରା ପୋଲିସ ଘଟଣାସ୍ଥଳରେ ସନ୍ଦିଗ୍ଧଙ୍କ ଆଙ୍ଗୁଠିଚିହ୍ନ ବିଶ୍ଳେଷଣ କରିପାରିବ ଏବଂ ସେମାନଙ୍କ ର ଅତୀତର ଅପରାଧିକ ରେକର୍ଡ ବିଷୟରେ ଜାଣିପାରିବ।

ସମସ୍ତ ବିଚାରାଧୀନ ମାମଲାର ସମୀକ୍ଷା କରି ଯଥାଶୀଘ୍ର ସମାଧାନ କରିବାକୁ କମିସନରେଟ୍ ପୁଲିସ ଲକ୍ଷ୍ୟ ରଖିଛି ବୋଲି ଡିସିପି ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି।