ଡିସେମ୍ବର ୧୨ ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ଶେଷ ତାରିଖ

ଡିସେମ୍ବର ୧୨ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୦୬/୧୨/୨୩: ବାତ୍ୟା ‘ମିଚାଉଙ୍ଗ’ ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଆକଳନ କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କ ମିଳିତ ତଦନ୍ତ କରି ଚକ୍ଷୁ ଆକଳନ ମାଧ୍ୟମରେ କ୍ଷେତ୍ରସ୍ତରୀୟ ଆକଳନ କରି ୩୩% ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଅଞ୍ଚଳର ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବେ। ଯେଉଁ ରିପୋର୍ଟ ପ୍ରସ୍ତୁତ ହେବ, ତାହାକୁ ଡିସେମ୍ବର ୧୨ ତାରିଖ ସୁଦ୍ଧା ଦାଖଲ କରିବେ। ଜିଲ୍ଲାପାଳମାନେ ଏକ୍ସେଲ ଫର୍ମାଟରେ ସୂଚନାର ସଫ୍ଟ କପି [email protected] ମଧ୍ୟ ମେଲ୍ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ବାତ୍ୟା ‘ମିଚାଉଙ୍ଗ’ ପ୍ରଭାବରେ ବ୍ୟାପକ ବର୍ଷା ଯୋଗୁଁ ହୋଇଥିବା ଖରିଫ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥାଇପାରେ। ତେଣୁ ୩୩% ଫସଲ ହାନି କିମ୍ବା ତା’ଠାରୁ ଅଧିକ କ୍ଷତିଗ୍ରସ୍ତ କୃଷକମାନେ ସରକାରୀ ନିୟମ ଅନୁଯାୟୀ କୃଷି ଇନପୁଟ୍ ସବସିଡି (ଏଆଇଏସ୍) ପାଇବେ।