ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ ପ୍ରଶିକ୍ଷଣ ଉତକ୍ଷେପଣ

ଓଡିଶା ଘାଟିରୁ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି-୧'ର ସଫଳ ପ୍ରଶିକ୍ଷଣ ଉତକ୍ଷେପଣ କରାଯାଇଛି।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୮/୧୨/୨୩: ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ ପ୍ରଶିକ୍ଷଣ ଉତକ୍ଷେପଣ କରାଯାଇଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ‘ଅଗ୍ନି-୧’ ଏକ ଅତ୍ୟନ୍ତ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ବ୍ୟବସ୍ଥା। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସଏଫସି) ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଯାଞ୍ଚ କରିଥିଲା।

ତେବେ ଏହି ବାଲେଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୧ର ପ୍ରଶିକ୍ଷଣ ସଫଳତାର ସହ କରାଯାଇଥିଲା।