ଧର୍ମଗଡ଼: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ରଞ୍ଜିତ କାର୍ଜି କାର୍ଯ୍ୟ କରୁଥିଲେ।

ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ

କଳାହାଣ୍ଡି, ୦୮/୧୨/୨୩: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡା ସ୍ଥିତ ଜଳସମ୍ପଦ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ଏସଡିଓ)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ତାଙ୍କ ମୁଖିଗୁଡାସ୍ଥିତ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଅଭାବନୀୟ ଅବସ୍ଥାରେ ମିଳିଥିଲା।

ମୃତ ଏସଡିଓ ଜଣକ ହେଲେ ରାୟଗଡ଼ା ଜିଲ୍ଲା ପାରଳାଖେମୁଣ୍ଡିର ରଞ୍ଜିତ କୁମାର କାର୍ଜୀ। ସେ ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ତେବେ ଗତ କାଲି ରାତିରେ ସେ ତାଙ୍କ ରୁମରେ ଏକୁଟିଆ ଥିବା ବେଳେ ମଦ୍ୟପାନ କରିଥିଲେ ବୋଲି ଖବର ମିଳିଛି।

ଖବର ପାଇ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏସଡିଓଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି। କେଉଁ କାରଣରୁ ଏସଡିଓଙ୍କ ମୃତ୍ୟୁ ଘଟିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।