ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ

କ୍ୟାନସରରେ ଆକ୍ରାନ୍ତ ଜୁନିଅର ମେହମୁଦଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି।

୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଜୁନିଅର ମେହମୁଦ

ମୁମ୍ବାଇ, ୦୮/୧୨/୨୩: ନଇମ ସୟଦ ତଥା ଜୁନିଅର ମେହମୁଦଙ୍କ ଆଜି ପରଲୋକ ଘଟିଛି। ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ କ୍ୟାନସରରେ ଆକ୍ରାନ୍ତ ହୋଇ ୬୭ ବର୍ଷ ବୟସରେ ପରଲୋକ ଘଟିଛି। ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଦୁଇ ମାସ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା।

ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଭେଟେରାନ୍ କଳାକାର ଜଣଙ୍କ ଏକାଧାରରେ ଗୀତିକାର ଏବଂ ମରାଠୀ ଫିଲ୍ମ ନିର୍ଦ୍ଦେଶକ ଥିଲେ। ସେ ବିଭିନ୍ନ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଜୁନିଅର ମେହମୁଦ। ‘ହାଥୀ ମେରେ ସାଥୀ’ ଓ ମେରା ନାମ ଜୋକର’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

୪ ଦଶନ୍ଧିର କ୍ୟାରିୟରରେ ସେ ‘ବ୍ରହ୍ମଚାରୀ’, ‘କଟି ପତଙ୍ଗ’, ‘ହରେ ରାମା ହରେ କ୍ରିଷ୍ଣା’ ଏବଂ ‘ଆଜ କା ଅର୍ଜୁନ’ ଭଳି ହିଟ୍ ଚଳଚ୍ଚିତ୍ର ସମେତ ୭ଟି ଭାଷାରେ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ଟେଲିଭିଜନ୍ ରେ ‘ପ୍ୟାର୍ କା ଦର୍ଦ୍ ହୈ ମିଠା ମିଠା ପ୍ୟାରା ପ୍ୟାରା’ ଏବଂ ‘ଏକ ରିସ୍ତା ସାଝେଦାରି କା’ ଭଳି ଲୋକପ୍ରିୟ ଧାରାବାହିକ ଦେଖିବାକୁ ମିଳିଥିଲା।