ଆଜି ଛତିଶା ନିଯୋଗ ବୈଠକ

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ

ପୁରୀ, ୧୧/୧୨/୨୩: ଆଜି ପୁରୀ ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସମସ୍ତ ନିଯୋଗର ସେବାୟତମାନେ ଉପସ୍ଥିତ ରହିବେ।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୫ଟାରେ ପୁରୀ ନୀଳାଦ୍ରି ଭକ୍ତି ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିବେ।

ନଭେମ୍ବର ୮ ତାରିଖରେ ଅନୁଷ୍ଠିତ ନୀତି ସବ୍ କମିଟି ବୈଠକ, ପହିଲି ଭୋଗରେ ଧନୁ ସଂକ୍ରାନ୍ତି ନୀତି ଆଜି ଛତିଶା ନିଯୋଗ ବୈଠକରେ ସ୍ଥିର ହେବ।

ନଭେମ୍ବର ୮ ତାରିଖରେ ଅନୁଷ୍ଠିତ ହୋଇଥିବା ନୀତି ସବ୍ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ପହିଲି ଭୋଗ ସମୟରେ ଅପରାହ୍ନ ୨ଟାରେ ମନ୍ଦିରର ଦ୍ୱାର ଖୋଲାଯିବ।

ସେହିପରି ଧନୁ ସଂକ୍ରାନ୍ତି ପାଇଁ ଡିସେମ୍ବର ୩୧ ଓ ଜାନୁଆରୀ ୧୬ ତାରିଖ ରାତିରେ ମନ୍ଦିର ବନ୍ଦ ରହିବ ନାହିଁ। ତେବେ ଏହି ସବୁ ନିଷ୍ପତ୍ତିକୁ ନେଇ ଆଜି ବୈଠକରେ ସେବାୟତମାନଙ୍କ ସହ ଆଲୋଚନା କରାଯିବ।