ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚଳିତ ବର୍ଷ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ।

ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସୂଚନା

ଭୁବନେଶ୍ବର, ୧୨/୧୨/୨୩: ଚଳିତ ବର୍ଷ ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ବ୍ୟତୀତ ଡିସେମ୍ବର ଓ ଜାନୁଆରୀ ମାସରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶା ଆସିବେ।

ଏ ନେଇ ରାଜ୍ୟର ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାରେ ଦଳର ଶକ୍ତି ବୃଦ୍ଧି ଓ ସରକାର ଗଢ଼ିବା ଉପରେ ଆମର ଫୋକସ୍ ରହିଛି।

ଡିସେମ୍ବର ୨୪ରେ ସମ୍ବଲପୁର ଆଇଆଇଏମରେ ଏକ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ତେଣୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରା ଯାଇନାହିଁ।