ସପ୍ତମ ଦିନର ଆଇଟି ଚଢାଉ ଶେଷ

କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ସପ୍ତମ ଦିନର ଆଇଟି ଚଢାଉ ଶେଷ ହୋଇଛି।

ଗଣତି ପ୍ରକ୍ରିୟାରେ ୩ଟି ବ୍ୟାଙ୍କର ଅଧିକାରୀ ସାମିଲ

ବଲାଙ୍ଗୀର,୧୨/୧୨/୨୩: କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ଆୟକର ବିଭାଗ ପକ୍ଷରୁ ମାରାଥନ ଚଢ଼ାଉ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କେବଳ ବଲାଙ୍ଗୀରର ସାହୁଙ୍କ ଘରୁ ପ୍ରାୟ ୨୮୦ କୋଟି ଟଙ୍କା ଜବତ ହୋଇଛି। ଏହାବ୍ୟତୀତ ଝାଡ଼ଖଣ୍ଡର କଂଗ୍ରେସ ସାଂସଦଙ୍କ ସହ ଜଡ଼ିତ ସ୍ଥାନରେ ଆୟକର ଚଢ଼ାଉ କରି ୧୭ କେଜିରୁ ଅଧିକ ସୁନା ଜବତ କରାଯାଇଛି। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ଏହି ମଦ ବ୍ୟବସାୟୀଙ୍କ ପ୍ରାୟ ୩୦ରୁ ୩୪ଟି ସ୍ଥାନରେ ୭ ଦିନ ଧରି ଚଢ଼ାଉ କରାଯାଇଥିଲା। ତେବେ ରାଞ୍ଚିରେ ଚଢ଼ାଉ ଜାରି ରହିଛି।

ବୌଦ୍ଧ ଡିଷ୍ଟିଲରିଜ୍ ପ୍ରାଇଭେଟ୍ ଲିମିଟେଡ୍ (ବିଡିପିଏଲ୍) ଓ ଏହା ସହ ଜଡ଼ିତ ସଂସ୍ଥା ଗୁଡ଼ିକ ବିରୋଧରେ ଆୟକର ବିଭାଗ ଚଢ଼ାଉ କରି ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରୁ ୩୫୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଶ୍ରୀ ସାହୁଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଆମେ ୧୭୬ଟି ବ୍ୟାଗ୍ ପାଇଛୁ ଏବଂ ସେଥିମଧ୍ୟରୁ ୧୪୦ଟି ଗଣନା କରାଯାଇଛି, ବାକି ବ୍ୟାଗ୍ ଆଜି ଗଣନା କରାଯିବ। ଗଣତି ପ୍ରକ୍ରିୟାରେ ୩ଟି ବ୍ୟାଙ୍କର ଅଧିକାରୀ ସାମିଲ ହୋଇଥିଲେ।