ଭିଜିଲାନ୍ସ ସ୍କାନରରେ ନୟାଗଡ ସବ୍ ରେଜିଷ୍ଟ୍ରାର

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର।

୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ବର, ୧୩/୧୨/୨୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଚଢ଼ଉ କରୁଛନ୍ତି।

ନୟାଗଡ଼ ଲେନ୍-୪ ଦେବୋତ୍ତର କଲୋନିରେ ପଟ୍ଟାନାୟକଙ୍କ ଭଡ଼ା ଘର।

କେନ୍ଦ୍ରାପଡ଼ା ଜିଲ୍ଲା ତାଳବରଙ୍ଗାରେ ପଟ୍ଟନାୟକଙ୍କ ଘର।

ନୟାଗଡ଼ ଡିଏସଆରରେ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ।

କେନ୍ଦ୍ରାପଡ଼ା ଜିଲ୍ଲା କୁଡ଼ାନଗରୀ ଥାନା ଅନ୍ତର୍ଗତ ତାଳଗାଁ ଗାଁରେ ଶ୍ରୀ ପଟ୍ଟନାୟକଙ୍କ ପୈତୃକ ଘର।

କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠରେ ପଟ୍ଟନାୟକଙ୍କ ସମ୍ପର୍କୀୟଙ୍କ ଘର।

କେନ୍ଦ୍ରାପଡ଼ା ଜିଲ୍ଲା ଦଲନ୍ତରେ ଆଉ ଜଣେ ସମ୍ପର୍କୀୟଙ୍କ ଘର।