ବିଜେଡିର ନୂଆ ଜେନେରାଲ ସେକ୍ରେଟାରୀ ନିଯୁକ୍ତ

ବିଜେଡିର ନୂଆ ଜେନେରାଲ ସେକ୍ରେଟାରୀ ଭାବେ ଶ୍ରୀ କୈଳାସ ଚନ୍ଦ୍ରଙ୍କୁ ନିଯୁକ୍ତ କରାଯାଇଛି।

ବିଜେଡି ସୁପ୍ରିମୋଙ୍କ ମୋହର

ଭୁବନେଶ୍ବର, ୧୩/୧୨/୨୩: ବିଜେଡି ନେତା ଶ୍ରୀ କୈଳାସ ଚନ୍ଦ୍ର ପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ କୈଳାସ ଚନ୍ଦ୍ରଙ୍କ ଉପରେ ଆସ୍ଥା ପ୍ରକଟ କରି ଏକ ନୂତନ ପଦରେ ନିଯୁକ୍ତି ଦେଇଛନ୍ତି। ବିଜୁ ଜନତା ଦଳର ଜେନେରାଲ ସେକ୍ରେଟାରୀ ପଦରେ ଶ୍ରୀ କୈଳାସ ଚନ୍ଦ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ଏହା ସହ ଆଗକୁ ଦଳ ପାଇଁ ଶ୍ରୀ କୈଳାସ ଚନ୍ଦ୍ର ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ନବୀନ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି।