ବିବାଦ ପରେ ମୁହଁ ଖୋଲିଲେ ବାବୁଶାନ, କହିଲେ ଆଉ କୋଉ ଝିଅ ସହିତ ଫିଲ୍ମ କରିବିନି

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ର ନିଜର ଆଗାମୀ ସିନେମା ଦମନ୍ ର ପ୍ରମୋସନ୍ ପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ ।

ସେ କହିଛନ୍ତି ଯେ, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଉପଭୋଗ କରୁଥିବେ । ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ । ଯେଉଁଥିରେ ପ୍ରକୃତି ମିଶ୍ର ବି ନିମନ୍ତ୍ରିତ ହୋଇଛନ୍ତି । ମୁଁ ଚେନ୍ନାଇ ଆସିଥିଲି ମୋ ପିକ୍ଚର ପ୍ରମୋସନ୍ ପାଇଁ । ତାଙ୍କ ସହ ଆଉ ଗୋଟିଏ ନୂଆ ସିନେମାର ଘୋଷଣା କରିବାକୁ ।

ମୁଁ ଜାଣିନଥିଲି ଯେ ମୋ ଘରେ ଏତେ ଆସୁବିଧା ଚାଲିଛି । ଏବେ ମୁଁ କହୁଛି ଯଦି ଏତେ ଅସୁବିଧା ଅଛି, ତେବେ ମୁଁ ସେ ଫିଲ୍ମ କରିବି ନାହିଁ କି ତାଙ୍କ ସାଙ୍ଗରେ ସିନେମା ବି କରିବି ନାହିଁ । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ କାମ କରିବି ନାହିଁ ।