ଗୁଳିକାଣ୍ଡରେ ଥରିଲା ଓ୍ୱାଶିଂଟନ : ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ:  ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁଳିକାଣ୍ଡ ଘଟଣା ଏଠାରେ ସାଧାରଣ କଥା ହୋଇଗଲାଣି । ଶନିବାର ସକାଳେ ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

ସିଏନଏନ ରିପୋର୍ଟ ଅନୁସାରେ, ଶନିବାର ସକାଳେ ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ  ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାର ତଦନ୍ତ ଜାରି ରହିଛି ।