ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ଫେବୃଆରୀ ୨୦ରୁ ଓଡିଶା ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।

କାର୍ଯ୍ୟସୂଚୀ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର, ୧୩/୧୨/୨୩: ଓଡ଼ିଶା ମାଟ୍ରିକ୍ ପରୀକ୍ଷା ୨୦୨୪ ଫେବୃଆରୀ ୨୦ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମାଟ୍ରିକ ପରୀକ୍ଷାର ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା ନେଇ ଆଜି ଅପରାହ୍ନ ସାଢ଼େ ୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ର ହୋଇ ମାଧ୍ୟମିକ ଶିକ୍ଷା ପରିଷଦରୁ ସୂଚନା ମିଳିଛିା

ଫେବୃଆରୀ ୨୦ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର‌୍ୟ୍ୟନ୍ତ ଚାଲିବ। ମଧ୍ୟମ, ଏଚଏସସି ଓ ଓପନ୍ ସ୍କୁଲ ମାଟ୍ରିକ ପରୀକ୍ଷା ସମସ୍ତ ପରୀକ୍ଷା ଏକାସାଙ୍ଗରେ ଆରମ୍ଭ ହେବ।
ଫେବୃଆରୀ ୨୦ରେ ପ୍ରଥମ ଭାଷା (ସାହିତ୍ୟ), ଫେବୃଆରୀ ୨୩ରେ ଦ୍ବିତୀୟ ଭାଷା (ଇଂରାଜୀ), ଫେବୃଆରୀ ୨୬ରେ ଗଣିତ, ଫେବୃଆରୀ ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ବୋର୍ଡ ପକ୍ଷରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ, ପୂର୍ବ ଢାଞ୍ଚାରେ ଦୁଇଟି ମାଟ୍ରିକ୍ ପରୀକ୍ଷା ପରିବର୍ତ୍ତେ କେବଳ ଗୋଟିଏ ବୋର୍ଡ କିମ୍ବା ଓଡ଼ିଶା ମାଟ୍ରିକ୍ ପରୀକ୍ଷା ହେବ। ସମସ୍ତ ବିଷୟରେ ୧୦୦ ମାର୍କ ମୂଲ୍ୟାୟନ କରାଯିବ।