ପଠାଣି ସାମନ୍ତଙ୍କ ପ୍ରତି ଯୁବ ଜ୍ୟୋତିର୍ବିଜ୍ଞାନୀମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ: ମୁଖ୍ୟମନ୍ତ୍ରୀ

ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନୁସନ୍ଧାନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ତାଙ୍କ ଅଭିଭାଷଣ ରଖିଛନ୍ତି।

ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନୁସନ୍ଧାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର,୧୩/୧୨/୨୩: ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନୁସନ୍ଧାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଫାଇନାଲ ପାଇଁ ମନୋନୀତ ହୋଇଥିବା ଜିଲ୍ଲା ଟପର୍ ଓ ଶ୍ରେଷ୍ଠ ୨୦ ବିଜେତାଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ସନ୍ଧାନ ର ଏକ ଅଂଶ ଭାବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଫାଇନାଲପାଇଁ ମନୋନୀତ ହୋଇଥିବା ଜିଲ୍ଲା ଟପର୍ ଓ ଶ୍ରେଷ୍ଠ ୨୦ ବିଜେତାଙ୍କୁ ମଧ୍ୟ ମୋର ଅଭିନନ୍ଦନ।

ୟାଟ୍ସ ଏହାର ଆରମ୍ଭରୁ ଲୋକପ୍ରିୟତା ହାସଲ କରିଆସୁଛି । ମୁଁ ଆନନ୍ଦିତ ଯେ ଆମ ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଏହା ଏହାର ବଢୁଥିବା ଲୋକପ୍ରିୟତା ଏବଂ ପହଂଚକୁ ଦର୍ଶାଉଛି ।

ବିଗତ କିଛି ବର୍ଷ ମଧ୍ୟରେ, ୟାଟ୍ସ ଏକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି ଯାହା ଯୁବପିଢ଼ିଙ୍କୁ ବାକ୍ସ ବାହାରେ ଚିନ୍ତା କରିବାକୁ ଏବଂ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ସେମାନଙ୍କର ଆଗ୍ରହ ଜାଗ୍ରତ କରିବାକୁ ଉତ୍ସାହିତ କରେ | ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଥିବାରୁ ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହାନ ସନ୍ତାନ ପଠାଣୀ ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

ମୁଁ ବିଶ୍ୱାସ କରେ ଯେ ମହାକାଶ ବିଜ୍ଞାନରେ ପ୍ରତିଭାକୁ ଚିହ୍ନଟ କରିବା, ପୋଷଣ କରିବା ଏବଂ ବିକଶିତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟାଟ୍ସ ଏକ ପ୍ଲାଟଫର୍ମ ଭାବରେ ନିଜର ଭୂମିକା ନିର୍ବାହ କରିବା ସହିତ ଓଡ଼ିଶାରେ ଏକ ପଣ୍ଡିତ ଗୋଷ୍ଠୀ ସୃଷ୍ଟି କରିବ ଯିଏ ଏହାର ବିକାଶରେ ସ୍ଥାୟୀ ଭିତ୍ତିରେ ଯୋଗଦାନ କରିପାରିବେ ।

ବର୍ଷକୁ ବର୍ଷ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ଟାଟା ଷ୍ଟିଲ ଏବଂ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ମୋର ଅଭିନନ୍ଦନ ଏବଂ ଏହାର ଭବିଷ୍ୟତ ସଂସ୍କରଣ ପାଇଁ ମୁଁ ଏହି କାର୍ଯ୍ୟକ୍ରମକୁ ଶୁଭେଚ୍ଛା ଜଣାଉଛି ।