ଆଜି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ।

ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ବର, ୧୫/୧୨/୨୩: ଭୁବନେଶ୍ୱରର ଶଙ୍ଖ ଭବନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ବିଜେଡିର ଅନ୍ୟ ବରିଷ୍ଠ ସଦସ୍ୟମାନେ ଯୋଗ ଦେବେ।

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ପ୍ରାଥମିକ କାର୍ଯ୍ୟସୂଚୀରେ ଆଗାମୀ ୨୦୨୪ ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଆଜି ଏହି ବୈଠକ ବସିବ। ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେବ।

ସେହିପରି ରାଜ୍ୟ ସରକାର ଆଜିଠାରୁ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏଥିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗ ଦେବେ।