୨୦୨୪ ନିର୍ବାଚନ ଲଢିବେନି ପାଣ୍ଡିଆନ

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢିବେନି।

କାର୍ଯ୍ୟକାରିଣୀ ବୈଠକ ପରେ ସୂଚନା

ଭୁବନେଶ୍ବର, ୧୫/୧୨/୨୩: ୨୦୨୪ ନିର୍ବାଚନ ଲଢିବେନି ଭି.କେ ପାଣ୍ଡିଆନ। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର କାର୍ଯ୍ୟକାରିଣୀ ବୈଠକ ପରେ ଏହା ନିଶ୍ଚିତ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ, ପାଣ୍ଡିଆନ ନିର୍ବାଚନ ଲଢ଼ିଲେ କୌଣସି ଅସୁବିଧା ନାହିଁ। ନିର୍ବାଚନରେ ଭାଗ ନେବାର ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି। ତାଙ୍କ ଉପରେ ଗୁଜବ ପ୍ରଚାର କରାଯାଉଛି। ପାଣ୍ଡିଆନ୍ ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଠିଆ ହୋଇ ସମସ୍ତ ୧୪୭ଟି ନିର୍ବାଚନମଣ୍ଡଳୀରେ ଦଳକୁ ସହଯୋଗ କରିବେ।