ଲାଞ୍ଚ ନେଇ ଜେଲ ଗଲେ ଅବସରପ୍ରାପ୍ତ କିରାଣୀ

ଦୁର୍ନୀତି ମାମଲାରେ ଫୁଲବାଣୀ ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ କନିଷ୍ଠ କିରାଣି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧୬/୧୨/୨୩: ଦୁର୍ନୀତି ମାମଲାରେ ଫୁଲବାଣୀ ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ କନିଷ୍ଠ କିରାଣି ଅମୂଲ୍ୟ କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଯାଏଁ ଜେଲ ଦଣ୍ଡ ଓ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଗ୍ରେଡ୍ ପେ ଓ ଗ୍ରାଚ୍ୟୁଇଟି ବକେୟା ପ୍ରଦାନ ପାଇଁ ବିଲ୍ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଓଡ଼ିଶାର ବ୍ରହ୍ମପୁର ଶାଖା ପକ୍ଷରୁ ୨୦୧୮ ର ଧାରା ୭ ଅନୁଯାୟୀ ଶ୍ରୀ ସାହୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।