ବିଜେଡିରୁ ସାଂସଦ ପ୍ରାର୍ଥୀ ହେବେ ଶ୍ରୀମୟୀ

ଭୁବନେଶ୍ୱର ପାଇଁ ବିଜୁ ଜନତା ଦଳର ଶ୍ରୀମୟୀ ମିଶ୍ର ସାଂସଦ ପ୍ରାର୍ଥୀ ହେବେ।

ଭୁବନେଶ୍ୱରରୁ ଲଢିବେ ନିର୍ବାଚନ

ଭୁବନେଶ୍ବର, ୧୬/୧୨/୨୩: ଭୁବନେଶ୍ୱର ପାଇଁ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା।

ଆଜି ଭୁବନେଶ୍ୱରର ୫୬ ନମ୍ବର ୱାର୍ଡରେ ବିଜେଡିର ପଦଯାତ୍ରା ବେଳେ ସେ ଭୁବନେଶ୍ୱର ସାଂସଦଙ୍କ ପାଇଁ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସାଂସଦ ପଦ ପାଇଁ ବିଜେଡି ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି।