ସାମ୍ନାକୁ ଆସିଲେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର, କହିଲେ ମୁଁ କାହା ଘର ଭାଙ୍ଗିନି

ଭୁବନେଶ୍ୱର: ଓଲିଉଡ୍‌ ଷ୍ଟାର ବାବୁଶାନ୍‌ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ସାମ୍ନାକୁ ଆସିଲେ ପ୍ରକୃତି । ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । କାଲିର ଘଟଣାକୁ ନେଇ ସେ ଭାଙ୍ଗି ପଡ଼ିନଥିବା କହିଛନ୍ତି । ମୋ ଭାଇରାଲ୍‌ ଭିଡିଓ ଆପଣ ମାନେ ଦେଖିଥିବେ ଏବଂ ଏହାର ମଜା ମଧ୍ୟ କିଛି ଲୋକ ନେଉଥିବା ସେ କହିଛନ୍ତି । ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ନିର୍ଯ୍ୟାତନା କରିଥିବା ସେ କହିଥିବା ବେଳେ ଗୁଣ୍ଡା ଆଣି ମତେ ହାରାସ କରିଥିବା କହିଛନ୍ତି ।

ଲୋକେ ମତେ ସାହାଯ୍ୟ ନକରି ସେଲ୍ଫି ନେବା ମତେ ଆଶ୍ଚର୍ଯ୍ୟ କରିଛି । ଆମେ କିଭଳି ସମାଜରେ ଅଛୁ । ଆଗକୁ ବଡ଼ ଫିଲ୍ମ କରିବା ନେଇ ଯୋଜନା ଥିଲା । ଛାଡ଼ ଯାହା ହେଲା ଭଲ ହେଲା । ସମସ୍ତେ ଦେଖିଲେ ଯେ ସେ କେଉଁଭଳି ହେଉଥିଲେ ଆଉ ମୁଁ କେଉଁଭଳି ଟର୍ଚର ହେଉଥିଲି ବୋଲି କହିବା ସହିତ ସେ ବାବୁସାନ୍‌ଙ୍କ ପରିବାରକୁ ଅକ୍ଷେପ କରି କହିଛନ୍ତି । କେହି କାହା ଘର ଭାଙ୍ଗି ପାରନ୍ତିନି ବୋଲି ସେ କହିଛନ୍ତି । ତାଙ୍କ ଘର ଆଗରୁ ଭାଙ୍ଗିକି ଅଛି । ଯଦି ବାହରକୁ କାମ କରିବାକୁ ଛାଡ଼ିବାକୁ ଚାହୁଁନ ତେବେ ସ୍ୱାମୀର ବେକରେ ଶିକୁଳି ବାନ୍ଧି ରଖ ବୋଲି ସେ କହିଛନ୍ତି ।