ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନଙ୍କ ପରଲୋକ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି।

ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ

ଭୁବନେଶ୍ୱର, ୧୭/୧୨/୨୩: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ସୁଧାଂଶୁ ମୋହନ ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ହୋଇଥିବା ବେଳେ ଷ୍ଟାଫ ସିଲେକ୍ସନ ଓ କୃଷି ଆୟୋଗର ଅଧ୍ୟକ୍ଷ ଥିଲେ। ସେ ୨୦୦୦ ମସିହା ମାର୍ଚ୍ଚ ୮ ତାରିଖରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ।